1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍ର ପୁତ୍ର ଆହସ୍ର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ। 2 ଏଥିଉତ୍ତାରେ ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି। ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା। 3 ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସ୍ର ସଙ୍ଗେ ସାକ୍ଷାତ କରିବାକୁ ଯାଅ। 4 ଓ ତାହାକୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍, ରତ୍ସୀନ, ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ। 5 କାରଣ ଅରାମ, ମଧ୍ୟ ଇଫ୍ରୟିମ ଓ ରମଲୀୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି, 6 ଆସ, ଆମ୍ଭେମାନେ ଯିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମ୍ଭମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ, ଅର୍ଥାତ୍, ଟାବେଲର ପୁତ୍ରକୁ ସ୍ଥାପନ କରୁ।
10 ଏଥିଉତ୍ତାରେ ସଦାପ୍ରଭୁ ଆହସ୍କୁ ଆହୁରି କହିଲେ, 11 “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ, ମାଗ।” 12 ମାତ୍ର ଆହସ୍ କହିଲା, “ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ।” 13 ଏଥିରେ ସେ କହିଲେ, “ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟର ଧୈର୍ଯ୍ୟକୁ ପରୀକ୍ଷା କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋʼ ପରମେଶ୍ୱରଙ୍କ ଧୈର୍ଯ୍ୟ ମଧ୍ୟ ପରୀକ୍ଷା କରିବ? 14 ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ। 15 ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦହି ଓ ମଧୁ ଖାଇବ। 16 କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ। 17 ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍, ଅଶୂରର ରାଜାକୁ ଆଣିବେ।”
20 ସେହି ଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍, ଅଶୂରର ରାଜା ଦ୍ୱାରା