୮ ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା । ୯ ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ । ୧୦ କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ । ୧୧ ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।
୧୨ ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା । ୧୩ ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
୧୪ ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ । ୧୫ ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ । ୧୬ ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
<- ଏବ୍ରି 3ଏବ୍ରି 5 ->