୧ ସେମନ୍କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍ ନାଉଁର୍ ଜାଗାଇ କେଟ୍ଲୁ । ତାର୍ ଆର୍କର୍ ଦିନେ ରଦେ କେଟ୍ଲୁ, ସମ୍ଦୁର୍ ପାଲି ପାଲି ଜାଇ ପାତାରା ନାଉଁର୍ ଜାଗାଇ ଗାଲୁ । ୨ ତେଇଅନି ପିନିସିଆଇ ଜାଇତେ ରଇବା ଗଟେକ୍ ଜାଜେ ଚଗି ଜିବାର୍ ଦାର୍ଲୁ । ୩ ତାର୍ପଚେ ଡିସ୍ତେରଇବା ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇଅନି ତାର୍ ଦକିଣ୍ଦିଗ୍ ବାଟେ ଜାଇ ସିରିଆଇ କେଟ୍ଲୁ । ଆମେ ଟାୟର୍ ନାଉଁର୍ ଗଟେକ୍ ଜାଗାଇ, ପାନିଜାଜେଅନି ଉତର୍ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍ସୁମନ୍ ଉତ୍ରାଇବାର୍ ରଇଲା । ୪ ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ । ୫ ମାତର୍ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲା ପଚେ, ଆମେ ସେମନ୍କେ ଚାଡିକରି ଆମର୍ ବାଟେ ଉଟି ଆଇଲୁ । ଆମ୍କେ ପାଟାଇ ଦେବାକେ ସେମନ୍ ନିଜର୍ ନିଜର୍ ପିଲା ମାଇଜି ସଙ୍ଗ୍ ଗଡ୍ ବାଇରେ ରଇବା, ସମ୍ଦୁର୍ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍ ମାଣ୍ଡିକୁଟା ଦେଇ ପାର୍ତନା କଲୁ । ୬ ତାର୍ପଚେ ଆମେ ସେମନର୍ ସଙ୍ଗ୍, ଜୁଆର୍ବେଟ୍ ଅଇ ଜାଜେ ଚଗ୍ଲୁ, ସେମନ୍ ଗରେ ବାଉଡି ଗାଲାଇ ।
୭ ଆମେ ଟାୟରେଅନି ପାନିଜାଜେ ବାରଇ ପତ୍ଲମା ନାଉଁର୍ ଜାଗାଇ କେଟ୍ଲୁ, ତେଇ ବିସ୍ବାସି ବାଇମନର୍ ସଙ୍ଗ୍ ଜୁଆର୍ବେଟ୍ ଅଇ ଗଟେକ୍ ଦିନ୍ ରଇଲୁ । ୮ [~1~]ଆର୍କର୍ ଦିନେ ଆମେ ସେ ଜାଗା ଚାଡି, ସିସେରିଆ ନାଉଁର୍ ଜାଗାଇ କେଟ୍ଲୁ, ତେଇ ମାପ୍ରୁର୍ କାତା ଜାନାଇବା, ପିଲିପର୍ ଗରେ ରଇଲୁ, ଜିରୁସାଲମେ ସେବା କର୍ବାକେ ବାଚାଇଅଇରଇବା ସାତ୍ ଲକର୍ ବିତ୍ରେଅନି, ପିଲିପ୍ ଗଟେକ୍ ଲକ୍ ରଇଲା । ୯ ପିଲିପର୍ ଚାର୍ଟା ଦାଙ୍ଗ୍ଡି ଟକିମନ୍ ବିବା ନ ଅଇକରି ରଇଲାଇ, ସେମନ୍ ପରମେସର୍ କଇଲା କାତା ଜାନାଇତେ ରଇଲାଇ । ୧୦ [~2~]ଆମେ ସେ ଜାଗାଇ ବେସି ଦିନ୍ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍ ନାଉଁର ଗଟେକ୍ ବବିସତ୍ବକ୍ତା ତେଇ ଆଇଲା । ୧୧ ସେ ଆମର୍ ଲଗେ ଆସି ପାଉଲର୍ ଆଟାବେଡା ନେଲା, ତେଇ ସେ ନିଜର୍ ଆତ୍ ଗଡ୍ ବାନ୍ଦି କରି କଇଲା, “ସୁକଲ୍ଆତ୍ମା ମକେ ଜାନାଇଲା ଆଚେ ଜେ, ଏ ଆଟାବେଡାର୍ ସାଉକାର୍କେ ଜିରୁସାଲାମର୍ ଜିଉଦିମନ୍, ଏନ୍ତି ବାନ୍ଦି ଜିଉଦିନଇଲା ଲକ୍ମନ୍କେ ସର୍ପିଦେବାଇ ।”
୧୨ ଏଟା ସୁନି ଆମେ ଆରି ସେ ଜାଗାଇ ରଇଲା ବିନ୍ଲକ୍ମନ୍, ପାଉଲ୍କେ “ ଜିରୁସାଲାମେ ନ ଜାଆ” ବଲି ବାବୁଜିଆ କଲୁ । ୧୩ ମାତର୍ ପାଉଲ୍ କଇଲା, “ତମେ ଏଟା କାଇଟା କଲାସ୍ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍ ମନ୍ କିଲ୍ବିଲ୍ କଲାସ୍ନି ? ଜିରୁସାଲାମ୍ ଅବ୍କା ବାନ୍ଦାଇ ଅଇବାକେସେ ନାଇ, ମାତର୍ ମୁଇ ମାପ୍ରୁ ଜିସୁର୍ ପାଇ ମର୍ବାକେ ମିସା ରାଜି ଆଚି ।”
୧୪ ଆମେ ତାକେ ବୁଜାଇ ନାପାରି, ତେଇଅନି ଚିମ୍ରାଇ ଅଇ କଇଲୁ “ମାପ୍ରୁ ମନ୍ କଲାଟା ପୁରାପୁରୁନ୍ ଅ ।”
୧୫ ତେଇ କେତେଦିନ୍ ରଇକରି, ଆମର୍ ଦିନ୍ସୁପତର୍ ସାଜାଡି ଜିରୁସାଲମେ ଜିବାକେ ବାରଇଲୁ । ୧୬ ସିସେରିଆର୍ କେତେଟା ସିସ୍ମନ୍, ଆରି ସାଇପରସର୍ ମନାସନ୍ ନାଉଁର୍ ବିସ୍ବାସି ମିସା ଆମର୍ ସଙ୍ଗ୍ ଆଇଲା । ମନାସନର୍ ଗରେ ଆମେ ରଇବାକେ ଟିକ୍ ଅଇରଇଲା ।
୧୭ ଜିରୁସାଲମର୍ ବିସ୍ବାସି ବାଇମନ୍ ଆମ୍କେ ସାର୍ଦାସଙ୍ଗ୍ ଗତିଆ କଲାଇ । ୧୮ ତାର୍ ଆର୍କର୍ ଦିନେ ପାଉଲ୍ ଆମର୍ ସଙ୍ଗ୍ ଜାକୁବ୍କେ ଦେକ୍ବାକେ ଗାଲା, ମଣ୍ଡଲିର୍ ସବୁ ପାର୍ଚିନ୍ମନ୍ ତେଇ ରୁଣ୍ଡି ରଇଲାଇ । ୧୯ ପାଉଲ୍ ସେମନ୍କେ ଜୁଆର୍ବେଟ୍ ଅଇ ତାକର୍ କାମେଅନି, ପରମେସର୍ ଜିଉଦିନଇଲା ଲକ୍ମନର୍ ବିତ୍ରେ ଜାଇଟା କରିରଇଲା ତାର୍ ଗଟେକ୍ ଟିକିନିକିର୍ ତାଲିକା ଦେଲା । ୨୦ ତାର୍ କାତା ସୁନ୍ଲାପଚେ ସେମନ୍ ସବୁ ଲକ୍ ପରମେସରର୍ ଡାକ୍ପୁଟା କଲାଇ । ତାର୍ପଚେ କଇଲାଇ, “ବାଇ ପାଉଲ୍, ତମେ ଦେକ୍ଲାସ୍ନି, କେନ୍ତି, ଏବେ ଅଜାର୍ ଅଜାର୍ ଜିଉଦିମନ୍ ମାପ୍ରୁ ଜିସୁକେ ମାନ୍ଲାଇନି ଆରି ସେମନ୍ ରିତିନିତି ମିସା ମାନ୍ଲାଇନି । ୨୧ ସେମନ୍ କବର୍ ପାଇଆଚତ୍ ଜେ, ତମେ ଜିଉଦିନଇଲା ଦେସେ ବାସା ଅଇରଇଲା, ଜିଉଦିମନ୍କେ ମସାର୍ ରିତିନିତି ଚାଡିଦେବାକେ, ସେମନର୍ ପିଲାମନ୍କେ ସୁନତ୍ ନ କର୍ବାକେ ଆରି ଜିଉଦି ରିତିନିତି ନ ମାନ୍ବାକେ ସିକିଆ ଦେଲାସ୍ନି । ୨୨ ତମେ ଇତି କେଟିଆଚାସ୍ ବଲି ସେମନ୍ ସତ୍ସେ ସୁନ୍ବାଇ । ସେନ୍ତି ଆଲେ କାଇଟା କରିଅଇସି ? ୨୩ ଆମେ ମନ୍କଲୁନି ତମେ ଗଟେକ୍ କାମ୍ କରା ବଲି । ଇତି ରଇଲା ଚାରିଲକ୍ ଗଟେକ୍ ମାନତ୍ କଲାଇଆଚତ୍ । ୨୪ ସେମନର୍ ସଙ୍ଗ୍ ଜାଆ । ସୁକଲ୍ ଅଇବା ବିଦି ମାନ୍ବାତେଇ ସେମନର୍ ସଙ୍ଗ୍ ମିସା ଆରି ସେମନର୍ କର୍ଚା ଦେ । ତାର୍ପଚେ ସେମନ୍ ନିଜର୍ ନିଜର୍ ମୁଣ୍ଡ୍ କୁରାଇ ଅଅତ୍ । ଇତିଅନି ଜାନାପଡ୍ସି ଜେ, ତମର୍ ବିସଇ ବାରଇରଇବା କାଇମିସା କବର୍ ସତ୍ ନଏଁ, ମାତର୍ ତମେ ମସାର୍ ରିତିନିତି ଇସାବେ ଜିବନ୍ ଜିଇଲାସ୍ନି । ୨୫ [~3~]ମାତର୍ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସି ଅଇଆଚତ୍ । ସେମନ୍କେ ଗଟେକ୍ ଚିଟି ଲେକି ଉପ୍ଦେସ୍ ଦେଲୁଆଚୁ ଜେ, ଆମର୍ କଇଲା କାତା ଇସାବେ, ସେମନ୍ ପୁତ୍ଲାମନ୍କେ ବିରୁକଲା କାଦି ନ କାଅତ୍, ବନି ନ କାଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ ନ କାଅତ୍ ଆରି ବିନ୍ ମାଇଜିମନର୍ ସଙ୍ଗ୍ ପାପ୍ କାମ୍ କର୍ବାଟାନେଅନି ଦୁରିକେ ରଅତ୍ ।”
୨୬ ତାର୍ ପର୍ଦିନେ ପାଉଲ୍ ସେ ଚାର୍ ଲକର୍ ସଙ୍ଗ୍ ସୁକଲ୍ ଅଇବା ବିଦି ମାନ୍ଲା । ତାର୍ ପଚେ ସେ ମନ୍ଦିରେ ଜାଇ ସୁକଲ୍ ଅଇବା କାମ୍ କେବେ ସାର୍ସି, ଆରି କେଡେବଲ୍ ବିରୁ କର୍ବାଟା ଅଇସି, ସେଟା ଜାନାଇଦେଲା ।
୨୭ ଏ ସୁକଲ୍ ଅଇବା କାମର୍ ସାତ୍ ଦିନ୍ ଗାଲା ପଚେ, ଆସିଆ ରାଇଜର୍ କେତେଟା ଜିଉଦିମନ୍ ପାଉଲ୍କେ ମନ୍ଦିରେ ଦେକ୍ଲାଇ, ସେମନ୍ ତେଇ ରୁଣ୍ଡ୍ଲା ଲକ୍ମନ୍କେ ଉସ୍କାଇକରି ପାଉଲ୍କେ ଦାର୍ଲାଇ । ୨୮ ସେମନ୍ ଆଉଲି ଅଇକରି କଇଲାଇ, “ଏ ଇସ୍ରାଏଲର୍ ବାଇମନ୍ ଆମ୍କେ ସାଇଜ କରା ! ଏ ଲକ୍ ଚାରିବାଟେ ଜାଇକରି ଇସ୍ରାଏଲ୍ ମନର୍ ବିରଦେ, ମସାର୍ ନିୟମ୍ ଆରି ଏ ମନ୍ଦିର୍ ବିରଦେ, ସିକିଆ ଦେଲାନି । ଏବେ କେତେଟା ଗିରିକ୍ ଲକ୍ମନ୍କେ ମନ୍ଦିର୍ ବିତ୍ରେ ଆନି, ଏ ସୁକଲ୍ ଜାଗା ଅସୁକଲ୍ କଲା ଆଚେ ।” ୨୯ [~4~]ସେମନ୍ ଗଡ୍ ବିତ୍ରେ ଏପିସସର୍ ତର୍ପିମ୍କେ ପାଉଲ୍ ସଙ୍ଗ୍ ଦେକି ରଇଲାର୍ ପାଇ ବାବ୍ଲାଇ ଜେ, ପାଉଲ୍ ତାକେ ମନ୍ଦିରେ ନେଲା ଆଚେ ବଲି ।
୩୦ ଗଡର୍ ଗୁଲାଇ ବାଟେ ରିସାର୍ କିଲ୍ବିଲ୍ ଡାବିଅଇଗାଲା । ଲକ୍ମନ୍ ପାଉଲ୍କେ ମନ୍ଦିର୍ ବାଇରେ ଅର୍ଗଡି ଆନ୍ଲାଇ, ଆରି ମନ୍ଦିରର୍ କାପାଟ୍ମନ୍ ଡାବିଦେଲାଇ । ୩୧ ରିସାଅଇଲା ଲକ୍ମନ୍ ପାଉଲ୍କେ ମରାଇବାକେ ଚେସ୍ଟା କଲାଇ, ମାତର୍ ସମାନ୍ ସେ ବେଲାଇ “ ଜିରୁସାଲାମେ ଗଣ୍ଡ୍ଗଲ୍ ଚାଲ୍ଲା ଆଚେ ।” ବଲି ରମିୟ ସନିଅମନର୍ କବର୍ ସୁନ୍ଲାଇ । ୩୨ ସେ କେତେଟା ସେନାପତି କେତେଟା ସନିଅମନ୍କେ ଦାରି ଦାପ୍ରେ, ଗଟ୍ନା ଗଟ୍ଲା ଜାଗାଇ ଆସି କେଟ୍ଲା । ଲକ୍ମନ୍ ସନିଅ ଆରି ସେନାପତିକେ ଦେକିକରି ପାଉଲ୍କେ ମାର୍ବାଟା ଚାଡିଦେଲାଇ । ୩୩ ସେନାପତି ପାଉଲ୍କେ ବନ୍ଦିକରି, ତାକେ ଦୁଇଟା ସିକ୍ଲିତେଇ ବାନ୍ଦ୍ବାକେ ଆଦେସ୍ ଦେଲା, ତାର୍ ପଚେ ସେ ପାଚାର୍ଲା, “ଏ ଲକ୍ କେ ? ଆରି ସେ କାଇଟା କଲା ଆଚେ ?” ୩୪ ଲକ୍ମନର୍ ମାନ୍ଦାଇଅନି କେ କେତେ ରକାମ୍ କାତା କଇ ଆଉଲିଅଇଲାଇ । ଏନ୍ତି କିରମାର୍ ଅଇଲା ଜେ, ସନିଅମନର୍ ମୁକିଆ, ସତ୍ସେ, ଏ ଗଟ୍ନା କାଇକେ ଅଇଲା ବଲି ବୁଜିନାପାର୍ଲା । ସେଟାର୍ପାଇ ସେ ପାଉଲ୍କେ ଗଡ୍ବିତ୍ରେ ଦାରିଜିବାକେ ସନିଅମନ୍କେ ଆଦେସ୍ ଦେଲା । ୩୫ ସନିଅମନ୍ ପାଉଲ୍କେ ଦାରି ଚଗ୍ବା ପାଉଚେ କେଟ୍ଲା ଦାପ୍ରେ, ତାର୍ ଚାରିବେଡ୍ତି ରଇଲା ଲକ୍ମନ୍ ବେସି ଆଉଲି ଅଇଲାଇକେ ସନିଅମନ୍ ତାକେ ବଇ ଦାରିଗାଲାଇ । ୩୬ ବଇନେବା ବେଲେ ଲକ୍ମନ୍ ପଚ୍ପଚ୍ ଆସି ତାକେ ମରାଆ ବଲି ଆଉଲି ଅଇତେରଇଲାଇ ।
୩୭ ପାଉଲ୍କେ ସନିଅମନ୍ ଗଡ୍ବିତ୍ରେ ନେବାବେଲେ ସେ ସନିଅମନର୍ ମୁକିଆକେ କଇଲା, “ମୁଇ ତମର୍ ସଙ୍ଗ୍ କାତା ଅଇପାର୍ବି କି ?”
୩୯ ପାଉଲ୍ କଇଲା, “ମୁଇ ସିଲିସିଆର୍ ତାର୍ସିସେ ଜନମ୍ କରିରଇବା ଗଟେକ୍ ଜିଉଦି, ଗଟେକ୍ ମୁକିଅ ଗଡର୍ ଲକ୍ । ଏ ଲକ୍ମନ୍କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍ ଆଦେସ୍ ଦିଆ ।”
୪୦ ସେନାପତି ତାକେ ଆଦେସ୍ ଦେଲାକେ ପାଉଲ୍ ପାଉଚ୍ ଉପ୍ରେ ଟିଆଅଇ, ଲକ୍ମନ୍କେ ଚିମ୍ରା ଅଇବାକେ ଆତ୍ ସାଗିଆ କଲା । ସେମନ୍ ଚିମ୍ରା ଅଇଲାଇକେ, ପାଉଲ୍ ଇବ୍ରୁ ବାସାଇ କଇଲା ।
<- ପେରିତ୍ 20ପେରିତ୍ 22 ->