୧ ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।” ୨ ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
୩ ଆନ୍ଟିଅକର୍ ମଣ୍ଡଲି ସେମନ୍ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍ ପିନିସିଆ ଆରି ସମିରଣ୍ ବାଟ୍ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍ମନ୍ କେନ୍ତି ମନ୍ ବାଦ୍ଲାଇକରି ପରମେସର୍କେ ନାମ୍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍ବାସି ବାଇମନ୍ ବେସି ସାର୍ଦା ଅଇଲାଇ । ୪ ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ । ୫ ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
୬ ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ । ୭ [~1~]ବେସି ପର୍ ଦଦାପେଲା ଅଇଲା ପଚେ ପିତର୍ ଟିଆଅଇ କଇଲା, “ମର୍ ବାଇବଇନିମନ୍ ଜିଉଦି ନଇଲା ଲକ୍ମନ୍, ସୁନିକରି ବିସ୍ବାସ୍ କର୍ବାକେ ସେମନର୍ଟାନେ ସୁବ୍କବର ଜାନାଇବାକେ, ଆଗେଅନି ମକେସେ ବାଚ୍ଲାଆଚେ । ଏଟା ତମେ ଜାନାସ୍ । ୮ [~2~]ସବୁ ଲକ୍ମନର୍ କାତା ଜାନ୍ବା ପରମେସର୍ ଆମ୍କେ ଜେନ୍ତି ସୁକଲ୍ ଆତ୍ମା ଦାନ୍ କଲା ଆଚେ, ସମାନ୍ ସେନ୍ତି ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନ୍କେ ମିସା ଦାନ୍ଦେଇ ସେମନ୍କେ ବାଚ୍ଲା ଆଚେ । ୯ ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ । ୧୦ ସେନ୍ତି ଆଲେ ଗଟେକ୍ ବଡ୍ ବଜ୍ ପିଟିତେଇ ଲାଦିଦେଲାପାରା, ଆମର୍ ସବୁ ନିୟମ୍ ମାନ୍ବାର୍ ଆଚେ ବଲି କଇକରି ପର୍ମେସର୍କେ କାଇକେ ପରିକା କଲାସ୍ନି ? ଆଜି ଜନ୍ ବଜ୍ ବଇବାକେ, ଆମର୍ ଆନିଦାଦିମନ୍ କି ଆମେ ମିସା ବଇ ନାପାର୍ତେ ରଇଲୁ। ୧୧ ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍ବାସ୍ କରି ମାପ୍ରୁ ଜିସୁ ଜିବନ୍ଦୁକାଇଲାକେ ମୁକ୍ତି ପାଇଆଚୁ, ସେମନ୍ ମିସା ସେନ୍ତାରିସେ ।”
୧୨ ତାର୍ପଚେ ପାଉଲ୍ ଆରି ବର୍ନବାଟାନେଅନି ଜିଉଦି ନଇଲା ଲକ୍ମନର୍ତେଇ ପରମେସର୍ ଜନ୍ ସବୁ କାବା ଅଇଜିବା କାମ୍ମନ୍ ଆରି ଚକିତ୍ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍ ସବୁ ଲକ୍ ଚିମ୍ରାଅଇ ରଇଲାଇ । ୧୩ ସେମନ୍ କଇସାରାଇଲା ପଚେ ଜାକୁବ୍ କଇଲା, ଏ ମର୍ ବାଇବଇନିମନ୍ ମର୍ କାତା ସୁନା ! ୧୪ ପରମେସର୍ ପର୍ତମେ ଜିଉଦି ନଅଇଲା ଲକ୍ମନ୍କେ ଆଲାଦ୍ କରି, ତାର୍ ନିଜର୍ ଲକ୍ ଅଅତ୍ ବଲି, ତାକର୍ ବିତ୍ରେ ଅନି, ଲକ୍ମନ୍କେ ବାଚ୍ଲାଇ । ଏ କାତା ସିମନ୍ ବୁଜାଇ ଦେଇଆଚେ । ୧୫ ପର୍ମେସର୍ କରିରଇବା ଏ କାମ୍ ବବିସତ୍ବକ୍ତାମନ୍ କଇରଇବାଟା ସଙ୍ଗ୍ ସମାନ୍ ଆଚେ ।
୧୯ ଏବେ ଜାକୁବ୍ କଇବାକେ ଆରାମ୍କଲା । ସେ କଇଲା, “ମର୍ ବିଚାର୍ ଇସାବେ, ଜନ୍ ଜିଉଦି ନଇଲା ଲକ୍ମନ୍ ପରମେସରର୍ ବାଟେ ବାଅଡ୍ଲାଇ ଆଚତ୍, ଆମେ ଆରି ସେମନ୍କେ ଅଇରାନ୍ ନ କରୁ । ୨୦ ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ । ୨୧ କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
୨୨ ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ । ୨୩ ବିସ୍ବାସିମନ୍ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍ ଆତେ ପାଟାଇଲାଇ ।
୩୦ ଜନ୍ କବର୍ କଉମନ୍କେ ପାଟାଇ ରଇଲାଇ, ସେମନ୍ ଆନ୍ଟିଅକ୍ତେଇ ଜାଇ ବିସ୍ବାସିମନର୍ ସବୁ ଦଲ୍କେ ରୁଣ୍ଡାଇକରି ସେ ଚିଟି ଦେଲାଇ । ୩୧ ତେଇର୍ ବିସ୍ବାସିମନ୍ ସେ ଚିଟି ପଡିକରି ବେସି ସାର୍ଦା ଅଇଗାଲାଇ । ୩୨ ଜିଉଦା ଆରି ସିଲା ନିଜେ ଦୁଇ ଲକ୍ ବବିସତ୍ବକ୍ତା ରଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ବେସିଦିନ୍ ରଇକରି, କବର୍ ଜାନାଇ, ସେମନର୍ ବିସ୍ବାସ୍ ଡାଟ୍ କଲାଇ । ୩୩ ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ । ୩୪ ମାତର୍ ସିଲା ତେଇସେ ରଇବାଟା ଟିକ୍ ବଲି ତେଇ ରଇବାକେ ମନ୍ କଲା ।
୩୫ ପାଉଲ୍ ଆରି ବର୍ନବା ଆନ୍ଟିଅକ୍ତେଇ କେତେ ଦିନ୍ ରଇକରି ବେସି ଲକ୍ମନର୍ ସଙ୍ଗ୍, ମିସିବିଡି ମାପ୍ରୁର୍ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
୩୬ କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।” ୩୭ ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା । ୩୮ [~3~]ମାତର୍ ପାଉଲ୍ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍ ଦିନେ ଆମର୍ କାମ୍ ସାରି ନ ରଇଲା, ସେ ଆମ୍କେ ଚାଡି ବାଉଡି ଉଟିଆଇଲା ।” ୩୯ ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ । ୪୦ ମାତର୍ ପାଉଲ୍ ତାର୍ସଙ୍ଗ୍ ଜିବାକେ ସିଲାକେ ବାଚ୍ଲା । ଆରି ମାପ୍ରୁର୍ ଜିବନ୍ଦୁକାନି ତେଇ ସେମନ୍କେ ସର୍ପିଦେଇ, ବିସ୍ବାସିମନ୍ ପାଟାଇ ଦେଲାଇ । ୪୧ ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।
<- ପେରିତ୍ 14ପେରିତ୍ 16 ->